ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା । ଝାରସୁଗୁଡା ଏସପିଙ୍କ ବଡ କାର୍ଯ୍ୟାନୁଷ୍ଠାନ । ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓ ସସପେଣ୍ଡ । ଝାରସୁଗୁଡା ଏସପି ତାଙ୍କୁ ସସପେଣ୍ଡ କରିଛନ୍ତି । ଗତକାଲି ମିତ୍ରଭାନୁଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା । ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ଏଡିଜି ୨ଘଣ୍ଟା ଧରି ତାଙ୍କୁ ଜେରା କରିଥିଲେ । ସେପଟେ, ସବୁଠାରୁ ବଡ଼ କଥା ହେଲା, ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କ ବଡ଼ଭାଇ ସତ୍ୟ ଦାସ ଗାନ୍ଧୀ ଛକ ବଜାଜ ସୋରୁମ୍ ନିକଟରେ ‘ବ୍ରହ୍ମପୁର ହୋଟେଲ’ ଖୋଲିଥିଲେ । ଘଟଣା ଦିନଠାରୁ ଏହି ହୋଟେଲ ବନ୍ଦ ରହିଥିଲା । ଏହି ହୋଟେଲରେ ହିଁ ହତ୍ୟାକାଣ୍ଡ ନକ୍ସା ପ୍ରସ୍ତୁତ କରାଯାଇଥିବା ଆଲୋଚନା ଜୋର ଧରିଛି । ଏବଂ ସତ୍ୟ ନାରାୟଣଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଥିବା ଜଣାପଡ଼ିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା