ନବୀନ-ନୀତିଶ ମିଟିଂରେ ହୋଇନି ମେଣ୍ଟ ଆଲୋଚନା । ଦେଢ଼ ଘଣ୍ଟାର ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଉଭୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ । ଉଭୟଙ୍କ ମଧ୍ୟରେ ସୁସଂପର୍କ ରହିଆସିଛି । ବିଜୁ ପଟ୍ଟନାୟକଙ୍କ ସମୟରୁ ପାରିବାରିକ ସଂପର୍କ ରହିଛି । କୋଭିଡ୍ ପାଇଁ ନିୟମିତ ଆସିପାରୁନଥିବା ନୀତୀଶ କହିଛନ୍ତି । ଆଜିର ସାକ୍ଷାତକାରକୁ ସେ ପାରିବାରିକ ବୋଲି କହିଛନ୍ତି । ସେପଟେ ବିହାରୀ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀରେ ବିହାର ଭବନ କରାଯିବ । ଏଥିପାଇଁ ଦେଢ଼ ଏକର ଜମି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି । ତେବେ ନୀତିଶଙ୍କ ସ୍ବାଗତରେ ନବୀନ ନିବାସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା