The Topmost

“The eyes believe themselves, the ears believe other people.”

ନବୀନ ନମ୍ବର ଓ୍ବାନ୍

‘ଇଣ୍ଡିଆ ଟୁଡେ’ ର ମୁଡ ଅଫ ଦ ନେସନ ପୋଲରେ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଢେର ପଛରେ ପକାଇ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଦୀର୍ଘବର୍ଷ କାଳ ଶାସନ କ୍ଷମତାରେ ରହି ମଧ୍ୟ ନବୀନଙ୍କୁ ଭଲପାଇବାରେ ଓଡ଼ିଶାବାସୀ ସାମାନ୍ୟ ଉଣା କରିନାହାନ୍ତି । ତାଙ୍କ ଶାସନରେ ଲୋକମାନେ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି । କଥା ନୁହେଁ କଠିନ ପରିଶ୍ରମରେ ବିଶ୍ବାସ କରୁଥିବା ନବୀନ ରାଜନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କର ପ୍ରଥମ ଓ ଶ୍ରେଷ୍ଠ ପସନ୍ଦ । ମାଗାଜିନ୍ ‘ଇଣ୍ଡିଆ ଟୁଡେ’ ର ‘ମୁଡ୍ ଅଫ ଦ ନେସନ’ ପୋଲରେ ନବୀନଙ୍କୁ ଅଧିକ ରେଟିଂ ମିଳିଛି । ସେ ୭୩.୨% ଲୋକଙ୍କ ମନ ଜିତି ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କ ପଛକୁ ୬୯.୨% ରଖି ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏବଂ ୬୮.୩% ରଖି ତୃତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।