ଭୁବନେଶ୍ୱର: ଫେବୃଆରୀ ୧୯: ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଆଉ ଏହି ମାହୋଲରେ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ଅପପ୍ରଚାର ଉପରେ ପଡିଲା ପୂର୍ଣ୍ଣଛେଦ୍ । ସବୁ ଗୁଜବକୁ ଫୁ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଲିଙ୍ଗରାଜ ମନ୍ଦିର ପରିସର ବୁଲି ଦେଖିଛନ୍ତି । କାର୍ଯ୍ୟକ୍ରମ ଅଧିନରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳର ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ ଦର୍ଶନ ସାରି ନିଜ ସ୍ୱାସ୍ଥ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯେବେ ଯେବେ ନିର୍ବାଚନ ଆସେ, ସେତେବେଳେ ମୁଁ ଅସୁସ୍ଥ ବୋଲି ଗୁଜବ ଉଠେ । ହେଲେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଆଉ ଖୁସି ଅଛି । ଏଭଳି ପ୍ରତିକ୍ରିୟା ରଖି ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ସୁପ୍ରିମୋ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ