ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ଉଦଘାଟିତ ହେବ ବଟନିକାଲ ଗାର୍ଡେନରେ ନବନିର୍ମିତ ବାଉଁଶ ଉଦ୍ୟାନ, ମୋଗଲ ଗାର୍ଡେନ । ଏହାସହ ନନ୍ଦନକାନନର ଓ୍ବାଲିଭ ଖୁଆଡ଼ ଉଦଘାଟନ ସହ ଗୋଟିଏ ସିଂଘ ଶାବକ ଓ ୨ଟି ବାଘ ଶାବକର ନାମକରଣ କରାଯିବ । ଜଳଜ ଉଦ୍ଭିଦର ବିଭିନ୍ନ ପ୍ରଜାତିର ଜଲଜ ଘାସ, ଜଳମଗ୍ନ, ଭାସମାନ, ୪୪ପ୍ରକାର କଇଁ, ପଦ୍ମ ଆଦି ୨୨୫ ପ୍ରଜାତିର ଜଲଜ ଉଦ୍ଭିଦ ମୋଗଲ ଗାର୍ଡେନରେ ଦେଖିପାରିବେ ପର୍ଯ୍ୟଟକ । ଏହାସହ ୪.୪ ଏକର ଜାଗାରେରେ ବାଉଁଶ ଉଦ୍ୟାନ ନିର୍ମିତ କରାଯାଇଛି । ୭୦ ପ୍ରକାରର ବାଉଁଶ ଏହି ଉଦ୍ୟାନରେ ଦେଖିବାକୁ ମିଳିବ । ଏହାସହ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଚିଡ଼ିଆଖାନାକୁ ଆସିଥିବା ବିରଳ ପ୍ରଜାତିର ଏକହଳ ଓ୍ବାଲିବ ଓ ଏକହଳ ଲିଭିଙ୍ଗଷ୍ଟୋନ ଟୁରକେକୁ ସ୍ବତନ୍ତ୍ର ଖୁଆଡ଼ରେ ଛଡାଯିବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ, ପିସିସିଫ ଓ ବିଧାୟକ ଯୋଗଦେବେ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା