ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ହାତୀ ଛୁଆ । କେନ୍ଦୁଝରର ଘଟଗାଁ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୨ ମାସର ହାତୀ ଛୁଆକୁ ନନ୍ଦନକାନନ ଅଣାଯାଇଛି । କିଛି ଦିନ ତଳେ ସେଠାକୁ ୧୨ ଟିକିଆ ହାତୀ ପଲ ଆସିଥିଲେ । ବନ ବିଭାଗ କର୍ମଚାରୀ ଘଉଡାଇ ରେଳ ଲାଇନ୍ ପାର କରାଇବା ପରେ ଜଙ୍ଗଲକୁ ବାହୁଡି ଥିଲେ ହାତୀ ପଲ । ହେଲେ ଏକ ଖାଲ ଭିତରେ ହାତୀ ଛୁଆଟି ଗଳି ପଡିଥିବାର ଦେଖିବାକୁ ମିଳିଥିଲା । ତାକୁ ସେଠାରୁ ଉଦ୍ଧାର କରିଥିଲେ କେନ୍ଦୁଝର ବନ କର୍ମଚାରୀ । ପରେ ଜଙ୍ଗଲରେ ନେଇ ଛାଡିବାରୁ ଛୁଆଟିକୁ ହାତୀ ପଲ ଓ ତାର ମା’ ଗ୍ରହଣ କରି ନଥିଲେ । ଶେଷରେ ବାଧ୍ୟ ହୋଇ କେନ୍ଦୁଝର ବନ କର୍ମଚାରୀ ହାତୀ ଛୁଆଟିକୁ ଆଣି ନନ୍ଦନକାନନକୁ ହସ୍ତାନ୍ତର କରିଛନ୍ତି । ହାତୀ ଛୁଆଟିକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର କର୍ମଚାରୀ ହେପାଜତ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରି ରଖାଯାଇଛି । ଛୁଆଟିକୁ ମିଶାଇ ନନ୍ଦନକାନନର ମୋଟ ହାତୀ ସଂଖ୍ୟା ୪କୁ ବୃଦ୍ଧି ହୋଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି