ବେଳେବେଳେ ଦର୍ଶକମାନେ ଏକ ପ୍ରକାର ଚରିତ୍ରରେ କଳାକାରଙ୍କୁ ଦେଖିବାରେ ଅଭ୍ୟସ୍ତ ହୋଇଯାଆନ୍ତି । ହେଲେ ବାସ୍ତବରେ ଅଧିକାଂଶ ପରିସ୍ଥିତିରେ ସେହି ଅଭିନେତାମାନେ ସମାନ ପ୍ରକାରର ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରନ୍ତି ନାହିଁ । ଏପରି ଜଣେ ଅଭିନେତା ହେଉଛନ୍ତି କ୍ରିଷ୍ଣା ଭାରଦ୍ୱାଜ, ଯିଏ ପ୍ରସିଦ୍ଧ ଟେଲି ଧାରାବାହିକରେ ତେନାଲୀ ରାମ ଭୂମିକାରେ ଅଭିନୟ କରୁଛନ୍ତି । ଟେଲିଭିଜନ ଫେମ୍ କ୍ରିଷ୍ଣା ଭାରଦ୍ୱାଜ ନିଜ ପେଶାଗତ ଜୀବନୀ ୨୦୦୬ରେ କଶମକଶ୍ ଜିନ୍ଦେଗୀ କି ସିରିଏଲରୁ ଆରମ୍ଭ କରିଥିଲେ । ଏହାପରେ ଜସୁବେନ୍ ଜୟନ୍ତୀଲାଲ ଯୋଶୀ କି ଜଏଣ୍ଟ୍ ଫ୍ୟାମିଲିରେ ନଜର ଆସିଥିଲେ । ହେଲେ ତାଙ୍କୁ ଟିଭିରେ ଅସଲ ପରିଚୟ ତେନାଲୀ ରାମ ଧାରାବାହିକରୁ ମିଳିଲା । ତେନାଲୀ ରାମଙ୍କ ଚରିତ୍ରରେ ଅଭିନେତା କ୍ରିଷ୍ଣା ଦର୍ଶକଙ୍କ ମନରେ ନିଜର ଏପରି ଛବି ଛାଡ଼ିଛନ୍ତି, ଯେଉଁଥିପାଇଁ ସେ ଘରେ ଘରେ ପ୍ରସିଦ୍ଧ । ଟେଲିଭିଜନ ସହ ସେ ଅନେକ ଗୁଜରାଟୀ ଫିଲ୍ମରେ ଅଭିନୟ କରିଛନ୍ତି । ସେ ତାଙ୍କ ଆକଫିଂ କ୍ୟାରିଅରରେ ଅଧିକାଂଶ ସକାରାତ୍ମକ ଏବଂ ସରଳ ଭୂମିକା ହିଁ କରିଛନ୍ତି । ଦୀର୍ଘ ବର୍ଷ ଧରି ଏକ ପ୍ରକାର ରୋଲ୍ କରି କ୍ରିଷ୍ଣା ଏବେ ଥMି ଯାଇଛନ୍ତି । ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ନିଜ ଭୂମିକା ସମ୍ପର୍କରେ ଆଲୋଚନା କରି ଏପରି ମନ୍ତବ୍ୟ ଦେଇଛନ୍ତି । କ୍ରିଷ୍ଣାଙ୍କ କହିବା ଅନୁଯାୟୀ, ‘ତାଙ୍କର ଡେବୁ୍ୟ ଶୋ ପରଠୁ ସେ କେବଳ ଜଣେ ଭଲ ଯୁବକର ଭୂମିକାରେ ଅଭିନୟ କରିଆସୁଛନ୍ତି ।
ସେ ଟିଭିରେ ଜଣେ ଭଲ ମନୁଷ୍ୟ ରୋଲ୍ କରି ବୋର୍ ହୋଇଗଲେଣି । ତେଣୁ ସେ ଚାହୁଁଛନ୍ତି, ତାଙ୍କୁ କେହି ନକାରାତ୍ମକ ଚରିତ୍ରର ଅଫର ଦିଅନ୍ତୁ । କିଛି ଅଲଗା କରିବାକୁ ଇଚ୍ଛା ରହିଛି ।’ ଅନ୍ୟପକ୍ଷରେ ନିଜର ତେନାଲୀ ଚରିତ୍ରକୁ ନେଇ କ୍ରିଷ୍ଣା କହିଛନ୍ତି ଯେ ‘ଚାରି ବର୍ଷ ପର୍ଯ୍ୟନ୍ତ ତେନାଲୀ ରାମକୁ ସେ ଖୁବ ଉପଭୋଗ କରିଛନ୍ତି । କିନ୍ତୁ ସେ ଏବେ କିଛି ଭିନ୍ନ କରିବାକୁ ଚାହୁଁଛନ୍ତି ।’ କ୍ରିଷ୍ଣା ଛୋଟ ପରଦାରେ ନିଜ ବଳିଷ୍ଠ ଅଭିନୟ ପାଇଁ ସଫଳ ଅଭିନେତାଙ୍କ ମଧ୍ୟରେ ବିବେଚିତ ହେଉଥିଲେ ମଧ୍ୟ ରିୟଲ ଲାଇଫ୍ରେ ସେ ଗ୍ଲାମର ଏବଂ ସ୍ପଟଲାଇଟ୍ ଦୁନିଆରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ।
1 thought on “ନକାରାତ୍ମକ ଚରିତ୍ର ଚାହୁଁଛନ୍ତି ତେନାଲୀ ରାମ”