୧ କୋଟି ଟଙ୍କାର ନକଲି ବିଦେଶୀ ମଦ ଜବତ । ମଦ ସହ ୩ ଜଣ ଗିରଫ ହୋଇଛନ୍ତି । ଝାଡ଼ଖଣ୍ଡ ବୋକାରୋ ଜିଲ୍ଲା ସ୍ଥିତ ବଲରାମପୁରରେ ନକଲି ବିଦେଶୀ ମଦ ତିଆରି କାରଖାନାରେ ରେଡ୍ ହୋଇଛି । ଏହି ରେଡ ବେଳେ ଏତେ ଟଙ୍କାର ମଦ ଜବତ ହୋଇଛି । ଏହାସହ ୨ ହଜାର ଲିଟରରୁ ଅଧିକ ସ୍ପିରିଟ୍, ବିଭିନ୍ ବିଦେଶୀ କମ୍ପାନୀର ଲୋଗୋ ଥିବା ମଦ ଜବତ ହୋଇଛି । ଏହାସହ ତିନି ଜଣକୁ ଗିରଫ କରିଛି ପୋଲିସ । ରେଡ୍ ହୋଇଥିବା ନକଲି ବିଦେଶୀ ମଦ ମୂଲ୍ୟ ୧ କୋଟି ଟଙ୍କା ହେବ । ଯେହେତୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳ । ସେଥିପାଇଁ ନକଲି ମଦ ତିଆରି ହୋଇ ବିହାର, ଝାରଖଣ୍ଡ ସହ, ଓଡ଼ିଶା ସୀମାନ୍ତ ଓ ପଶ୍ଚିମବଙ୍ଗ ଯାଉଥିବା ସନ୍ଦେହ କରାଯାଉଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ