କଟକ ବାଲି ଯାତ୍ରାରେ ଧୂଳି ପ୍ରଦୂଷଣ ରୋକିବାକୁ ପଦକ୍ଷେପ । ବାଲି ଯାତ୍ରାରୁ ଧୂଳିକୁ ଦୁରେଇବା ପାଇଁ ଡଷ୍ଟ ସପ୍ରେଶନ ସିଷ୍ଟମକୁ ବ୍ୟବହାର କରାଯାଇଛି । ଏନେଇ କଟକ ମହାନଗର ନିଗମ ଏଭଳି ବଡ ପଦକ୍ଷେପ ନେଇଛି । ବାଲିଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ବେଳେ ଧୂଳି ପ୍ରଦୂଷଣ ଏକ ବଡ ସମସ୍ୟା ହୋଇଥାଏ । ହେଲେ ଚଳିତ ବର୍ଷ ଧୂଳି ପ୍ରଦୂଷଣକୁ ରୋକିବା ପାଇଁ ସିଏମସି ପକ୍ଷରୁ ଇକୋ ଫ୍ରେଣ୍ଡଲି ଲିକ୍ୟୁଇଡ ସିଞ୍ଚନ କରାଯାଇଛି । ଏହି କେମିକାଲକୁ ପାଣିରେ ଗୋଳାଇ ପଡିଆ ସାରା ସିଞ୍ଚନ କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍