ମାଟିରେ ମିଶିଛି ଦିଲ୍ଲୀ ନଏଡାର ଟ୍ୱିନ୍ ଟାୱାର୍ । ମାତ୍ର ୯ ସେକେଣ୍ଡରେ ଧ୍ୱସ୍ତ ସ୍ତୂପରେ ପରିଣତ ହୋଇଛି ଏହି ଅଟ୍ଟାଳିକା । ଗତକାଲି ଟ୍ୱିନ୍ ଟାୱାର ଭଙ୍ଗାଯିବା ପରେ ପାହାଡ ଉଚ୍ଚର ଗଦା ହୋଇଛି କଂକ୍ରିଟ୍ ଆବର୍ଜନା । ସାରା ପରିବେଶ ଏବେ ବି ରହିଛି ଧୂଆଁ ଧୂଆଁ । ଏହି ବିଲ୍ଡି ଭାଙ୍ଗିବା ପାଇଁ ନଏଡା ସେକ୍ଟର ୯୩-ଏ ଅଂଚଳରେ ରହୁଥିବା ପାଖାପାଖି ୭ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳୁ ଲୋକେ ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଟ୍ୱିନ୍ ଟାୱାର୍ ଭାଙ୍ଗିବା ଦ୍ୱାରା ୫୫ ହଜାର ମେଟ୍ରିକ୍ ଟନରୁ ଅଧିକ ଡେବ୍ରିସ୍ ବା କଂକ୍ରିଟ୍ ଆବର୍ଜନା ବାହାରିଛି । ପାହାଡ ଭଳି ଗଦା ହୋଇଛି ଏହି ଆବର୍ଜନା । ଏହି ଆବର୍ଜନାକୁ ହଟାଇବା ପାଇଁ ୩ ମାସ ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ