ଧାମନଗର ଉପନିର୍ବାଚନ ପାଇଁ ଚଳଚଞ୍ଚଳ ଭଦ୍ରକ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ପ୍ରଚାର ଚଳାଇଛନ୍ତି । ତେବେ ଆସନ୍ତକାଲିଠୁ ପ୍ରଚାର ଜୋରଦାର କରିବାକୁ ଯୋଜନା କରିଛି ବିଜେପି । ବିଜେପିର ୩ଜଣ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଅଶ୍ୱୀନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ ପ୍ରଚାର ମୈଦାନକୁ ଓହ୍ଲାଇବେ । ୨୭ଓ ୨୮ରେ ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜେଡି ମଧ୍ୟ ବିଜୟ ହାସଲ ପାଇଁ ଜୋରଦାର ପ୍ରଚାର ଚଳାଇଛି । ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଯାଇପାରନ୍ତି ବୋଲି ବିଜେଡିର ସାଧାରଣ ସମ୍ପାଦକ କହିଛନ୍ତି । ଭୋଟଦାନ ତାରିଖ ପାଖେଇ ଆସୁଥିବା ବେଳେ ଧାମନଗରରେ ନେତାଙ୍କ ଭିଡ ଦେଖିବାକୁ ମିଳିଛି । ଦୀପାବଳିରେ ବିଜେଡି ଓ ବିଜେପିର ପ୍ରାର୍ଥୀ ରୋଡ ଶୋ କରି ଘରକୁ ଘର ବୁଲି ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଅସୁରାଳ, ଘଡିଆଳି ଓ କଟସାହିରେ ରୋଡ ଶୋ କରିଛନ୍ତି । ପ୍ରଚାରରେ ଅମର ଶତପଥୀ ବି ସାମିଲ ହୋଇଥିଲେ ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା