The Topmost

“The eyes believe themselves, the ears believe other people.”

‘ଧର୍ମ ଓ ଭାଷା ଭିତିରେ ଭାରତ ସହ ତିବତର ଦୃଢ଼ ସମ୍ପର୍କ ରହିଛି’

ଧର୍ମ ଓ ଭାଷା ଭିତିରେ ଭାରତ ସହ ତିବତର ଦୃଢ଼ ସମ୍ପର୍କ ରହିଆସିଛି । ଏନେଇ ବୁଧବାର ନିର୍ବାସନରେ ଥିବା ତିବତୀୟ ସଂସଦର ସଦସ୍ୟ ଶ୍ରୀମତି ୟୁଡନ୍ ଅକାତ୍‌ସାଙ୍ଗ୍ କହିଛନ୍ତି । ତିବତୀୟଙ୍କ ଦ୍ୱାରା ଅନୁସୃତ ବୌଦ୍ଧ ଧର୍ମ ଓ ଭାଷା ଭାରତରୁ ଆସିଛି ବୋଲି ସୋଆ ର ତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀମତି ଅକାତ୍‌ସାଙ୍ଗ କହିଛନ୍ତି । ତାଙ୍କ ସହ ତିବତୀୟ ସଂସଦର ଅନ୍ୟ ଦୁଇ ଜଣ ସଦସ୍ୟ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପ୍ରସଙ୍ଗରେ ଭାରତ ସହ ତିବତୀୟ ଲୋକମାନଙ୍କର ସମ୍ପର୍କ ଏବଂ ସେମାନଙ୍କ ଦେଶର ବର୍ତମାନର ସ୍ଥିତି ସମ୍ପର୍କରେ କହିଥିଲେ । ଅନ୍ୟ ଦୁଇ ଜଣ ତିବତୀୟ ସାଂସଦ ଗେସି ମୋନଲାମ ଥାର୍ଚିନ୍ ଓ ଶ୍ରୀ ତାସି ଢ଼ୋଣ୍ଡୁପ୍ “ଭାରତ ଓ ତିବତ ଐତିହ୍ୟ ଓ ଭବିଷ୍ୟତର ସହଭାଗିତା” ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ । ଗେସି ମୋନଲାମ ଥାର୍ଚିନ୍ ଓ ଶ୍ରୀମତି ଅକାତ୍‌ସାଙ୍ଗ ତିବତର ବର୍ତମାନ ସ୍ଥିତି ସମ୍ପର୍କରେ ବଖାଣିଥିଲେ । ତିବତୀୟ ସଂସଦ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଅବସ୍ଥିତ ଏବଂ ଆମେ ଆମ ଦେଶର ପରିସ୍ଥିତି ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ ବୋଲି ଶ୍ରୀମତି ଅକାତ୍‌ସାଙ୍ଗ କହିଥିଲେ । ଗେସି ମୋନଲାମ ଥାର୍ଚିନ୍ କହିଥିଲେ ଯେ ଭାରତର ପ୍ରତ୍ୟେକଟି ସରକାର ସେମାନଙ୍କୁ ସହଯୋଗ କରିବା ସହ ସେମାନଙ୍କ ଧର୍ମ ଏବଂ ସଂସ୍କୃତିକୁ ବିକଶିତ ହେବାକୁ ଅନୁମତି ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଗୁରୁ ଦଲାଇଲାମା ଭାରତର ବିକଶିତ ଗଣତନ୍ତ୍ରକୁ ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ବୋଲି ସେ କହିଥିଲେ । ଶ୍ରୀମତି ଅକାତ୍‌ସାଙ୍ଗ କହିଥିଲେ ଯେ ତିବତୀୟ ସରକାରଙ୍କର ନିଜସ୍ୱ ମୁଦ୍ରା ଏବଂ ପାସପୋର୍ଟ ରହିଛି । ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟ ଆଉଟରିଚ୍ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ.ଶର୍ମା ତିବତୀୟ ଚିତ୍ରକଳା ଏବଂ ତିଦ୍ଦତୀୟ ଲୋକମାନଙ୍କର ସେମାନଙ୍କ ଦେଶରେ ଗଣତନ୍ତ୍ର ରହିବାର ଆକାଂକ୍ଷା ବିଷୟରେ କହିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।