The Topmost

“The eyes believe themselves, the ears believe other people.”

ଧର୍ମକୁ ନେଇ ସୁପ୍ରିମ ବୟାନ

ଧର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନ । ଧର୍ମ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହାକୁ ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧର୍ମ ପରିବର୍ତ୍ତନକୁ ରାଜନୀତିରେ ସମ୍ପୃକ୍ତ କରିବା ଠିକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରାଯାଇଛି । ଯେଉଁଥିରେ ଲୋଭ ଦେଖାଇ କିମ୍ବା ବାଧ୍ୟତାମୂଳକ ଧର୍ମ ପରିବର୍ତନ କରିବା ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ମାମଲାକୁ ଆର୍ଟନି ଜେନେରାଲ ଆର.ଭେଙ୍କଟରମଣଙ୍କ ଠାରୁ ଜବାବ ମାଗିଛନ୍ତି । ତେବେ ରୁଜୁ ହୋଇଥିବା ମାମଲାରେ ଦାବି ହୋଇଛି ଯେ, ଡ଼ରାଇ ଧମକାଇ , ଲୋଭ ଦେଖାଇ କିମ୍ବା କୈାଣସି ପ୍ରକାର ଫାଇଦା ଦେଖାଇ ଧର୍ମ ପରିବର୍ତନ କରାଇବା ଉପରେ ରୋକ ଲାଗିବା ଦରକାର ।