ଆଜି ଧନୁ ସଂକ୍ରାନ୍ତି । ଏଥିପାଇଁ ଶ୍ରୀମନ୍ଦିରରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଧନୁ ସଂକ୍ରାନ୍ତିରେ ଠାକୁରଙ୍କ ପାଖରେ ଧନୁ ମୁଆଁ ଭୋଗ ଲାଗି ହୁଏ । ପୌଷ ମାସର ପ୍ରଥମ ଦିନ ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ପାଖରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ । ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ପାଳିତ ହୋଇଥାଏ । ଧନୁ ସଂକ୍ରାନ୍ତିରେ ଲିଙ୍ଗରାଜ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ସକାଳୁ ସକାଳୁ ଭୋଳାଶଙ୍କରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜିଠୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଧରି ଲିଙ୍ଗରାଜଙ୍କ ପାଖରେ ଧନୁ ମୁହାଁ ଭୋଗ ହେବ। ବାକି ୧୧ ମାସ ସୁଖିଲା ଭୋଗ ଭାବେ କୋରା ଖଇ ଭୋଗ ହେବ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍