ଲୋକପ୍ରିୟ ଗାୟିକା କନିକା କପୁର ବେବି ଡଲ୍ ସିଙ୍ଗର୍ ନାମରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପରିଚିତ । ଫିଲ୍ମ ‘ରାଗିନୀ ଏମଏମଏସ-୨’ର ବେବି ଡଲ୍ ଗୀତରୁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଭାରତରେ ଜନ୍ମିତା କନିକା ଏବେ ଲଣ୍ଡନରେ ରହୁଛନ୍ତି । ସେଠାରେ ସେ ତାଙ୍କର ତିନୋଟି ସନ୍ତାନ ସହ ରହୁଛନ୍ତି । ଆଜିକାଲି ଗାୟିକା କନିକା ତାଙ୍କ ପର୍ସନାଲ ଲାଇଫ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଖବର ଅନୁଯାୟୀ ଖୁବଶୀଘ୍ର କନିକା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ସୂତ୍ର ଅନୁସାରେ କନିକା ଚଳିତ ବର୍ଷ ମେ’ ମାସରେ ଏନଆରଆଇ ବିଜନେସମ୍ୟାନ୍ ଗୌତମଙ୍କୁ ବିବାହ କରିବେ । ଏଥିସହ ଗତ ୬ ମାସ ଧରି ବିବାହକୁ ନେଇ ପ୍ଲାନିଂ ମଧ୍ୟ ଜାରି ରହିଛି । ସୂଚନା ଅନୁଯାୟୀ କନିକା ଏବଂ ଗୌତମ ପରସ୍ପରକୁ ଗତ ବର୍ଷରୁ ଡେଟ୍ କରୁଛନ୍ତି । ଏହାପୂର୍ବରୁ କନିକା ଆନଆରଆଇ ବିଜନେସମ୍ୟାନ ରାଜ ଚଣ୍ଡୋକଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି । ହେଲେ କିଛି ବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ୨୦୧୨ରେ କନିକା-ରାଜଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।
“The eyes believe themselves, the ears believe other people.”
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..