The Topmost

“The eyes believe themselves, the ears believe other people.”

ଦ୍ୱିତୀୟ ଦିନରେ ବି ୫୬ କୋଟିର କଲେକ୍ସନ !

ଗୋଟିଏ ପଟେ ସନୀ ଦେଓଲଙ୍କ ଗଦ୍ଦର-୨ ଓ ଅକ୍ଷୟ କୁମାରଙ୍କ OMG-2 ସିନେମାଘରରେ କମାଲ କରୁଛନ୍ତି । ସେହିପରି ଏହି ଦୁଇ ଫିଲ୍ମଠାରୁ ଗୋଟେ ଦିନ ପୂର୍ବେ ଥିଏଟର୍ସରେ ଝଡ଼ ନେଇ ଆସିଥିବା ରଜନୀକାନ୍ତଙ୍କ ଜେଲର ମଧ୍ୟ ଧମାଲ କରୁଛି । ରଜନୀକାନ୍ତ ଏହି ଫିଲ୍ମ ଜରିଆରେ ଦୁଇ ବର୍ଷ ପରେ ଥିଏଟର୍ସକୁ ଫେରିଛନ୍ତି । ଜେଲର ପୂର୍ବରୁ ତାଙ୍କର ଫିଲ୍ମ ପେଟ୍ଟା, ଦରବାର ଏବଂ ଅନ୍ନାଥେ ବକ୍ସ ଅଫିସରେ ସେତେଟା ଖାସ୍ ପ୍ରଦର୍ଶନ କରିନଥିଲେ । ଜେଲରରେ ରଜନୀକାନ୍ତଙ୍କ ମାସ୍ ଅବତାର ଫାର୍ଷ୍ଟ ଲୁକରୁ ହିଁ ନଜର ଆସିବାକୁ ଲାଗିଥିଲା ଏବଂ ଫ୍ୟାନ୍ସ ଫିଲ୍ମରୁ ଧମାକାଦାର ଆକ୍ସନ ଏଣ୍ଟରଟେନମେଣ୍ଟର ଆଶା ରଖିଥିଲେ । ଏହି ଆଶା ଅନୁଯାୟୀ ରାଜନୀକାନ୍ତଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ଗଦ୍ଦର-୨ ଏବଂ OMG-୨ ଠୁ ଗୋଟେଦିନ ପୂର୍ବେ ଗୁରୁବାର ଜେଲର ଥିଏଟର୍ସରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ହିଁ ଭାରତରେ ୪୮ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଥିବା ଏହି ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର କଲେକ୍ସନ କରିଛି । ଇଣ୍ଡିଆଠୁ ନେଇ ୟୁଏସ୍ ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଜଲୱା ବକ୍ସ ଅଫିସରେ ରହିଛି ।ଦୁଇ ଦିନରେ ହିଁ ଜେଲରର ଧୂଆଁଧାର କଲେକ୍ସନ ପ୍ରମାଣିତ କରିଦେଇଛି ଯେ ୭୨ ବର୍ଷୀୟ ରଜନୀକାନ୍ତ ଏବେବି ବକ୍ସ ଅଫିସ କିଙ୍ଗ ଅଟନ୍ତି । ପାଞ୍ଚଟି ଭାଷାରେ ରିଲିଜ ହୋଇଥିବା ଜେଲରକୁ ସବୁଠି ଭଲପାଇବା ମିଳୁଛି । ଉତ୍ତର ଭାରତରେ ଗଦ୍ଦର-୨ ଏବଂ OMG-2 ପାଇଁ ଜେଲରକୁ ଅଧିକ ଶୋ’ ମିଳିନାହିଁ । ହେଲେ ଦିଲ୍ଲୀ ଏନସିଆର ଭଳି ସ୍ଥାନରେ ଫିଲ୍ମର ଯେତିକି ବି ଶୋ ରହିଛି ସେଥିରେ ହାଉସଫୁଲ୍ ଦେଖାଯାଇଛି । ରାଜନୀକାନ୍ତଙ୍କ ଫିଲ୍ମ ଜେଲର ପ୍ରଥମ ଦିନରେ ହିଁ ୱାର୍ଲୱାଇଡ୍ ବକ୍ସ ଅଫିସରେ ୯୫.୭୮ କୋଟି ଟଙ୍କାର ଗ୍ରସ କଲେକ୍ସନ କରିଥିଲା । ଏବେ ରିପୋର୍ଟ କହୁଛି ଯେ ରଜନୀକାନ୍ତଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ୱାର୍ଲୱାଇଡ ୫୬ କୋଟିର କଲେକ୍ସନ କରିଛି ।