ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟ । ଯାହାକୁ ନେଇ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ବେଶ ଖୁସିର ଲହରୀ । ନେଦରଲାଣ୍ଡସକୁ ୫୬ ରନରେ ପରାଜିତ କରି ରୋହିତ ବାହିନୀ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଅଶ୍ୱିନୀ, ଭୁବନେଶ୍ୱର, ଅର୍ଶଦୀପ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ମହମ୍ମଦ ସାମି ଗୋଟିଏ ୱିକେଟ ହାସଲ କରିଥିଲେ । ନେଦରଲାଣ୍ଡସ ପକ୍ଷରୁ ଟିମ୍ ପ୍ରିଙ୍ଗଲ ସର୍ବାଧିକ ୨୦ ରନ କରିଥିବା ବେଳେ ୫ ଜଣ ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ବିଫଳ ହୋଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ନେଦରଲାଣ୍ଡସ ୯ ୱିକେଟ ବିନିମୟରେ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ