ଦ୍ବିତୀୟ ଦିନରେ ବିକାଶର ସମୀକ୍ଷା କରୁଛନ୍ତି 5T ସଚିବ । ସକାଳୁ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରିଛନ୍ତି 5T ସଚିବ । ପରେ ବୈତରଣୀ ନଦୀ ନିକଟରେ ଭିତରକନିକାକୁ ପ୍ରବେଶ ପଥ ଏବଂ ନଦୀବନ୍ଧର ଅନୁଧ୍ୟାନ କରିବେ । ପରେ କ୍ରିଉ ଟ୍ରେନିଂ ସେଣ୍ଟର ଯିବେ 5T ସଚିବ । ସେଠାରେ ମିଶନ ଶକ୍ତି କାଫେ ଯାଇ ମାଆଙ୍କ ସହିତ ଆଲୋଚନା କରି ଜଳଖିଆ କରିବେ । କାଳି ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିବେ 5T ସଚିବ । ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଯାଇ ଅଗ୍ରଗତିର ସମୀକ୍ଷା କରିବେ । ଏହି ପ୍ରକଳ୍ପ ଦ୍ବାରା ଚାନ୍ଦବାଲି, ଧାମନଗର, ତିହିଡ଼ି ଓ ବାସୁଦେବପୁରକୁ ପାନୀୟ ଜଳ ଯୋଗାଣ ହେବ । ପରେ ଇନଡୋର ଷ୍ଟାଡିୟମ ଯାଇ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବେ । ବାସୁଦେବପୁରରେ ବସଷ୍ଟାଣ୍ଡ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିବେ । ସିଏଚସିରେ ଆମ ହସପିଟାଲ ରୂପାନ୍ତରଣ କାମର ଅନୁଧ୍ୟାନ କରିବା ପରେ ଏବି ହାଇସ୍କୁଲରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ BCCUBB ହାଇସ୍କୁଲରେ ରୂପାନ୍ତରଣ କାମ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ