The Topmost

“The eyes believe themselves, the ears believe other people.”

ଦୋଷୀ ସାବ୍ୟସ୍ତ ହେଲେ ଅବଦୁର ରେହେମାନ 

ଆତଙ୍କବାଦୀ ସଙ୍ଗଠନ ଅଲକାଇଦା ସହ ଜଡିତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓଡ଼ିଶାର ଅବଦୁର ରେହେମାନ । ଭାରତର ଏହି ଉଗ୍ରବାଦୀ ନେଟୱାର୍କର ପ୍ରସାର ପ୍ରଚାର ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା ଅବଦୁର ରେହେମାନଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ପଟିଆଲା ହାଉସ କୋର୍ଟର ଅତିରିକ୍ତ ଦୌରା ଜଜ୍ ମାମଲାରେ ଶୁଣାଣି କରି ଅବଦୁର ରେହେମାନଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅବଦୁର ରେହେମାନ, ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ଅନଲଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟର ଧାରା ୧୮ ଏବଂ ୧୮-ବିରେ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଅଭିଯୁକ୍ତମାନଙ୍କୁ ଦଣ୍ଡାଦେଶ ନେଇ ଆସନ୍ତା ସପ୍ତାହରେ ଶୁଣାଣି ଧାର୍ଯ୍ୟ କରାଯାଇଛି ।