The Topmost

“The eyes believe themselves, the ears believe other people.”

ଦୋଷୀକୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଗୋଧ୍ରା ଗଣହତ୍ୟା ମାମଲା । ଆଜୀବନ ଜେଲଦଣ୍ଡ ଭୋଗୁଥିବା ଦୋଷୀକୁ ଜାମିନ ଦେଲେ ସୁପ୍ରିମକୋର୍ଟ । ଆଜୀବନ କାରାଦଣ୍ଡ ଭୋଗୁଥିବା ଅଭିଯୁକ୍ତ ଫାରୁକ ଭାନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ ନରସିହ୍ମାଙ୍କ ନେତୃତ୍ବରେ ଗଠିଥ ଖଣ୍ଡପୀଠ ଫାରୁକ ଭାନାଙ୍କୁ ଜାମିନ ଦେଇଛନ୍ତି । ଅଯୋଧ୍ୟାରୁ ସାବରମତୀ ଏକ୍ସପ୍ରେସରେ କରସେବକମାନେ ଫେରୁଥିବାବେଳେ ଗତ ୨୦୦୨ ଫେବ୍ରୁଆରୀ ୨୭ରେ ସେମାନଙ୍କ ଉପରେ ହୋଇଥିଲା ଆକ୍ରମଣ । ଟ୍ରେନରେ ନିଆଁ ଲଗାଇଦିଆଯିବା ଯୋଗୁ ପ୍ରାଣ ହରାଇଥିଲେ ୫୯ କରସେବକ । ଏହାପରେ ସାରା ରାଜ୍ୟରେ ଦଙ୍ଗା ସୃଷ୍ଟି ହୋଇଥିଲା । ଫାରୁକଙ୍କୁ ଜାମିନ ନେଇ ସିଜେଆଇ କହିଛନ୍ତି- ସେ ୧୭ ବର୍ଷ ଧରି ଜେଲଦଣ୍ଡ ଭୋଗିଲେଣି । ତେଣୁ ତାଙ୍କୁ ଜାମିନ ଦିଆଗଲା ।