The Topmost

“The eyes believe themselves, the ears believe other people.”

dola purnima

ଦୋଳରେ ଆସୁଛି କଳାକାହ୍ନୁ

ଭାରତ ଏବଂ ଏହାର ସାଂସ୍କୃତିକ ବିବିଧତା ଆପଣଙ୍କୁ ପ୍ରତି ପାଦରେ ଆଶ୍ଚର୍ଯ୍ୟ କରିବ । ଖାଦ୍ୟ ପ୍ରତ୍ୟେକ କିଛି କିଲୋମିଟରରେ ପରିବର୍ତ୍ତନ ହୁଏ, ଲୋକନୃତ୍ୟ, ପାରମ୍ପାରିକ ଅଭ୍ୟାସ ଏବଂ ଏହାର ପର୍ବଗୁଡ଼ିକର ନୀତି ନିୟମ ମଧ୍ୟ ପରିବର୍ତ୍ତନ ହୁଏ |

ବର୍ତ୍ତମାନ ଆସିଛି ଖୁସି ବା ରଙ୍ଗର ପର୍ବ ହୋଲି, ତେବେ ଚାଲନ୍ତୁ ଏହି ରଙ୍ଗର ପର୍ବ ହୋଲି ବିଷୟରେ କିଛି ନୂଆ କଥା ଜାଣିବା ! ଆମ ଦେଶର ବିଭିନ୍ନ ପ୍ରାନ୍ତରେ ହୋଲି ବିଭିନ୍ନ ପଦ୍ଧତି ଓ ଶୈଳୀରେ ପାଳିତ ହୁଏ । ଏହା ସହିତ ଏହାର ଭିନ୍ନ ଭିନ୍ନ ନାମକରଣ ମଧ୍ୟ କରାଯାଇଛି ।

ହୋଲିର ରୂପ କେତେ ସୁନ୍ଦର ଭିନ୍ନ ତାହା ଅନୁସନ୍ଧାନ କରିବା ପାଇଁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଅଳ୍ପ କିଛି ସ୍ଥାନକୁ ଏଠାରେ ବାଛିଚୁ । ତେବେ ଏହି ରଙ୍ଗ ଖେଳ ବିଭିନ୍ନ ଉପାୟରେ ଖେଳାଯାଏ ଯଥା ରଙ୍ଗ, କାଦୁଅ, ଫୁଲ ଓ ଲାଠି ମାଧ୍ୟମରେ ।

dola purnima

ଓଡ଼ିଶାର ଦୋଳ ପୂର୍ଣ୍ଣିମା

ବସନ୍ତର ଆଗମନକୁ ଚିହ୍ନିତ କରି ଓଡ଼ିଶା ଏହାର ଏକ ପ୍ରକାର ହୋଲି ପାଳନ କରେ ଯାହାକୁ ‘ଦୋଳ ଯାତ୍ରା’ ବା ଦୋଳ ପୂର୍ଣ୍ଣିମା କୁହାଯାଏ | ରାଧା ଏବଂ କୃଷ୍ଣଙ୍କୁ ଏହି ପର୍ବରେ ପୂଜା କରାଯାଇଥାଏ । ଫାଲ୍ଗୁନ୍ ଦଶମୀ ଠାରୁ ଆରମ୍ଭ କରି ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲେ । କୃଷ୍ଣଙ୍କୁ ବାଳ ଗୋପାଳ ବେଶ କରି ବିମାନରେ ବସାଯାଏ । ଏହି ବିମାନକୁ ଓଡିଶାର ପ୍ରତ୍ୟେକ ଗାଁରେ ବୁଲାଯାଏ । ବା ଶୋଭାଯାତ୍ରା କରାଯାଏ । ଦୋଳାରେ ବସାଇ ଯାତ୍ରା କରାଯାଉଥିବାର ଏହାର ନାମ ଦୋଳ ପୂର୍ଣ୍ଣିମା ରଖାଯାଇଛି । ଏହି ପାଲିଙ୍କି ବା ବିମାନ ଗାଁ ବୁଲିଲା ବେଳ ଗଉଡ ବା ଗୋପାଳ ଜାତିର ପିଲାମାନେ ଏହା ସାମ୍ନାରେ ନାଚ କରିଥାନ୍ତି । ଏହି ନାଚକୁ ଲଉଡି ବା କୈଶାବାଡି ନାଚ କୁହାଯାଏ । ଓଡିଶାର ପ୍ରତି ପୁର ପଲ୍ଲୀରେ ଏହା ଅତି ଆନନ୍ଦ ଉତ୍ସାହର ସହିତ ପାଳନ କରାଯାଏ । ଏହି ଖେଳରେ ଲୋକେ ଉଭୟଙ୍କୁ ରଙ୍ଗ ଲଗାଇଥାନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନରେ ନାମ ସଂକୀର୍ତ୍ତନ ମଧ୍ୟ କରାଯାଇଥାଏ ।

SHARE BY