ବିଜେପିକୁ ପରୋକ୍ଷରେ ସମାଲୋଚନା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଧାମିର୍କ ଓ ଜାତିଆଣ ଭାବକୁ ମାତ୍ରାଧିକ ପ୍ରୋତ୍ସାହନ ଦେଲେ ଦେଶ ତାଲିବାନ୍ ଓ ଆଫଗାନିସ୍ତାନ ଭଳି ପରିସ୍ଥିତିର ସମ୍ମୁଖୀନ କରିବ । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ‘ବିଜେପି’କୁ ପରୋକ୍ଷରେ ସମାଲୋଚନା କରି ଏଭଳି କହିଛନ୍ତି । ମେହବୁବାବାଦ ଜିଲ୍ଲାରେ ‘ଭାରତ ରାଷ୍ଟ୍ର ସମିତି’ ଦଳର କାର୍ଯ୍ୟାଳୟ ଏବଂ ‘ସମନ୍ବିତ ଜିଲ୍ଲା କାର୍ଯ୍ୟାଳୟ ପରିସର’ ଉନ୍ମୋଚନ ଅବସରରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେବା ବେଳେ ସେ ଏଭଳି କହିଛନ୍ତି । ଯଦି ଆମେ ଧାର୍ମିକ ଅସହିଷ୍ଣୁତାକୁ ପ୍ରୋତ୍ସାହନ ଦେଇ ଜନତାଙ୍କୁ ଭାଗ ଭାଗ କରିବା, ତେବେ ପରିସ୍ଥିତି ନର୍କ ପାଲଟି ଯିବ ଏବଂ ଦେଶରେ ଆମେ ତାଲିବାନ ଓ ଆଫଗାନିସ୍ତାନ ଭଳି ପରିସ୍ଥିତିର ସମ୍ମୁଖୀନ କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପ୍ରଗତି ନିମନ୍ତେ ଜନସାଧାରଣ ଶାନ୍ତି ଓ ସହାବସ୍ଥାନ ଆବଶ୍ୟକ କରନ୍ତି । ସେମିତି ହେଲେ ଯାଇ ସମସ୍ତ ନାଗରିଙ୍କର ମଙ୍ଗଳ ହେବ । ଆପଣମାନଙ୍କୁ ମୋର ଅନୁରୋଧ, ଏ ଜାତିର ବିକାଶ ନିମନ୍ତେ ଦେଶ ଶାନ୍ତି, ସହନଶୀଳତା ଓ ଜନକଲ୍ୟାଣକୁ ପାଥେୟ କରି ଅଗ୍ରସର ହେବା ଉଚିତ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍