The Topmost

“The eyes believe themselves, the ears believe other people.”

ଦେଶର ୪୦ ଟି ସ୍ଥାନରେ ଇଡିର ଚଢାଉ

ଅବକାରୀ ମାମଲାରେ ଦିନକୁ ଦିନ କେଜ୍ରିୱାଲ ସରକାରଙ୍କ ପାଇଁ ବଢୁଛି ଅଡୁଆ । ଏହି ମାମଲାର ଯାଂଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ସାରା ଦେଶରେ ୪୦ ଟି ସ୍ଥାନରେ ଚଢାଉ କରିଛି । ଏହି ଚଢାଉ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀର ମଦ ବ୍ୟବସାୟୀ, ବିତରକ ସହିତ ଜଡିତ ଲୋକଙ୍କ ଠିକଣାରେ କରାଯାଉଛି । ଏହା ପୂର୍ବରୁ ବି ଇଡି ତରଫରୁ ସାରା ଦେଶରେ ସମାନ ମାମଲାରେ ୪୫ ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏବେ ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିକୁ ନେଇ କେଜ୍ରୱାଲ ସରକାର ପ୍ରଶ୍ନ ଘେରକୁ ଆସିଛନ୍ତି । ଏନେଇ ବିଜେପି ପକ୍ଷରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପରେ ଅଭିଯୋଗ ଆଣିଛି । ଅଭିଯୋଗ ପରେ ସିବିଆଇ ତରଫରୁ ସିସୋଦିଆଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଇଥିଲା ।