The Topmost

“The eyes believe themselves, the ears believe other people.”

‘ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ଲୋକେ ଆତଙ୍କବାଦୀ ଗତିବିଧିରେ ସମ୍ପୃକ୍ତ’

ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ଲୋକେ ଆତଙ୍କବାଦୀ ଗତିବିଧିରେ ସମ୍ପୃକ୍ତ ବୋଲି ସେହେବାଜ କହିଛନ୍ତି । ଏଥିସହ ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ ଦ୍ୱାରା ଇମ୍ରାନଙ୍କ ଗିରଫଦାରୀ ଠିକ୍‌ ବୋଲି ସେ ଦର୍ଶାଇଛନ୍ତି । ଆର୍ଥିକ ଅନିୟମିତତା କାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ ରହିବେ ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ । ଇମ୍ରାନଙ୍କୁ ୮ ଦିନ ପାଇଁ ନାବ୍‌ ରିମାଣ୍ଡରେ ନେଇଥିବା ବେଳେ ପଚରାଉଚରା କରିବ । ଯେଉଁ ଦଳର ସମର୍ଥକମାନେ ସାରା ଦେଶରେ ବିକ୍ଷୋଭ କରୁଛନ୍ତି ସେମାନଙ୍କୁ ଦଳ ମୁଖିଆ ଏପରି ନକରିବାକୁ ଅପିଲ କରିବା କଥା  । କିନ୍ତୁ ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ସେମିତି କିଛି ଅପିଲ କରାଯାଇନାହିଁ ବୋଲି ସେହେବାଜ କହିଛନ୍ତି । ଇମ୍ରାନଙ୍କ ସମର୍ଥକଙ୍କୁ ବାର୍ତ୍ତା ଦେବାକୁ ଯାଇ ସେହେବାଜ କହିଛନ୍ତି ଯେ ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ଜାଣିଶୁଣି ବିରୋଧୀ ଦଳର ନେତା ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ କରାଇଥିଲେ । ଇମ୍ରାନ ଜେଲ ଯିବା କିଛି ନୂଆ କଥା ନୁହେଁ । ଅଲ କାଦିର ଟ୍ରଷ୍ଟ ମାମଲାରେ ଗିରଫ ହେବା ପରେ ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ୍‌ ।