ଦେଶର ପ୍ରଥମ କୋଲ ଗ୍ୟାସ ବେଶ ଆମୋନିଆ ୟୁରିଆ ପ୍ରୋଜେକ୍ଟ । ସାକାର ହେବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ । ୨୦୨୪ ସେପ୍ଟେମ୍ବର ୧୦ ତାରିଖ ସୁଧା ପୂର୍ଣ୍ଣାଙ୍ଗ ରୂପ ନେଇ କାର୍ଯ୍ୟକ୍ଷମ ହେବ । ପୂର୍ବୋଦୟ ବିକାଶରେ ମାଇଲ ଖୁଣ୍ଟ ହେବ ଟିଏଫଏଲ । ଏଭଳି କିଛି ପରିକଳ୍ପନା ନେଇ ଯୁଦ୍ଧ କାଳୀନ ଭିତ୍ତିରେ ଏବେ ଆଗେଇ ଚାଲିଛି ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ଟିଏଫଏଲ ବା ତାଳଚେର ଫର୍ଟିଳାଇଜର ଲିମିଟେଡ଼ । ଯାହାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା ସହ ପ୍ଲାଣ୍ଟ ପରିଦର୍ଶନ ନେଇ ଦୁଇ ଦିନିଆ ତାଳଚେର ଗସ୍ତରେ ଅଛନ୍ତି କେନ୍ଦ୍ର ରସାୟନ ଓ ସାର ବିଭାଗ ର ରାଷ୍ଟ୍ରମନ୍ତ୍ରୀ ଭଗବନ୍ତ ଖୁବା । ଆଜି ଦୁଇ ଦିନିଆ ତାଳଚେର ଗସ୍ତରେ ଆସି ବିଭାଗୀୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ଭାବେ ନିର୍ମାଣ ଧୀନ ପ୍ଲାଣ୍ଟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତନ ତନ କରି ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା