The Topmost

“The eyes believe themselves, the ears believe other people.”

ଦେଶରେ ସକ୍ରିୟ ରହିଛି ଓମିକ୍ରନ୍ ଭାରିଆଣ୍ଟ

ଦେଶରେ ଏବେ ବି ସକ୍ରିୟ ରହିଛି ଓମିକ୍ରନ୍ ଭାରିଆଣ୍ଟ । ଟେଷ୍ଟିଂ ବୃଦ୍ଧି ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଫେବ୍ରୁଆରୀ ମାସରେ ପଜିଟିଭ ହାର ୦.୦୯ ପ୍ରତିଶତ ଥିବାବେଳେ ଚଳିତ ମାସରେ ଏହା ଏକ ପ୍ରତିଶତକୁ ବୃଦ୍ଧି ପାଇଛି ।ହଠାତ୍ କରୋନା ଗ୍ରାଫ ବୃଦ୍ଧିକୁ ନେଇ ସତର୍କ ହୋଇଛି ସ୍ବାସ୍ଥ୍ୟ ବିଭାଗ । ଆସନ୍ତା ସୋମବାର ଏନେଇ ସବୁ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ବିଭିନ୍ନ ରାଜ୍ୟରେ କରୋନାର ସ୍ଥିତି ଓ ମୁକାବିଲା ପ୍ଲାନକୁ ନେଇ ଆଲୋଚନା ହେବ । ଏପଟେ ଓଡ଼ିଶାରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସର୍ଭେଲାନ୍ସ, ଟ୍ରାକିଂ ଓ ଟେଷ୍ଟିଂକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଲୋକମାନେ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।