ମଧ୍ୟପ୍ରଦେଶରେ ଦ୍ୱିତୀୟ ଦିନରେ କଂଗ୍ରେସର ଭାରତ ଯୋଡ ଯାତ୍ରା । କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ତେବେ ଆଜି ପ୍ରଥମ ଥର ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାହୁଲଙ୍କ ସହ ଯୋଡି ହୋଇଛନ୍ତି । ମହାରାଷ୍ଟ୍ର ପରେ ଏବେ ଏହି ଯାତ୍ରା ମଧ୍ୟପ୍ରଦେଶର ପଡାବ ଠାରେ ପହଞ୍ଚିଛି । ଏହି ଯାତ୍ରାରେ ଆଜି ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରା ଯୋଗ ଦେଇଛନ୍ତି । ଏହାସହ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ କଂଗ୍ରେସର ଯୁବନେତା ସଚ୍ଚିନ ପାଇଲଟ ମଧ୍ୟ ରାହୁଲ ସହ ପଦଯାତ୍ରା କରୁଛନ୍ତି । ତେବେ ଆଜି ଏହି ଯାତ୍ରା ୨୩ କି.ମି ପର୍ଯ୍ୟନ୍ତ ଚାଲିବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ