The Topmost

“The eyes believe themselves, the ears believe other people.”

ଦେଶରେ ଆର୍ଥିକ ବ୍ୟବସ୍ଥାର ବିପରୀତ ଚିତ୍ର, ଋଣ ବୋଝ ୮.୨ ପ୍ରତିଶତକୁ ବୃଦ୍ଧି

ଏ ହେଉଛି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦର୍ଶିତ ଦେଶର ବିକଶିତ ଅର୍ଥ ବ୍ୟବସ୍ଥାର ଗୋଲାପୀ ଛବି । ଯାହାର ବାସ୍ତବିକତା ହେଉଛି ସଂପୂର୍ଣ୍ଣ ବିପରୀତ । ଏହାରି ଭିତରେ ସାମ୍ନାକୁ ଆସିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ୨୮ତମ ରିପୋର୍ଟ । ଯେଉଁଥିରେ ସ୍ପଷ୍ଟ ପରିଲକ୍ଷିତ ହେଉଛି କିଭଳିଭାବେ କରଜରେ ବୁଡ଼ିଛି ଭାରତ । ଫଳରେ ବର୍ଷକରେ ଦେଶର ଋଣ ବୋଝ ୮.୨ ପ୍ରତିଶତକୁ ବୃଦ୍ଧିପାଇଛି । ଦେଶର ସ୍ୱର୍ଣ୍ଣ ଭଣ୍ଡାରରେ ୨୭.୧କୋଟି ଡଲାର ହ୍ରାସ ହୋଇଛି । ବର୍ଷକରେ ୬୯ ବିଲିଅନ ଡଲାର କମିଛି ବୈଦେଶିକ ପାଣ୍ଠି । କିନ୍ତୁ କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ଭାରତ ବ୍ରିଟେନକୁ ଅତିକ୍ରମ କରି ଅନ୍ୟତମ ବୃହତ ଅର୍ଥନୀତିରେ ପରିଣତ ହୋଇଛି । ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଉଛି । ୫ ଟ୍ରିଲିଅନ ଅର୍ଥନୀତିର ନିକଟତର ହେବାରେ ଲାଗିଛି । ବର୍ଷକ ମଧ୍ୟରେ ଭାରତର ଋଣ ବୋଝ ୮ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । କେବଳ ସେତିକି ନୁହେଁ ବର୍ଷକରେ ବୈଦେଶିକ ପାଣ୍ଠି ୬୯ ବିଲିଅନ ଡଲାର ହ୍ରାସ ପାଇ ୫୭୩.୯ ବିଲିଅନ ଡଲାରରେ ପହଞ୍ଚିଛି । ବିଦେଶ ବଜାରରୁ ଭାରତ ପ୍ରଚୁର ଋଣ ଉଠାଇଛି । ପୂର୍ବ ବର୍ଷ ତୁଳନାରେ ଉପରୋକ୍ତ ଋଣ ପରିମାଣରେ ୮.୨ ପ୍ରତିଶତ ବୃଦ୍ଧି ଘଟିଛି । ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବୈଦେଶିକ ଋଣ ପରିମାଣ ୬୨୦.୭ ବିଲିଅନ ଡଲାରରେ ପହଞ୍ଚିଛି ।