The Topmost

“The eyes believe themselves, the ears believe other people.”

ଦେଶରେ ଆରମ୍ଭ ହୋଇଛି ବାସନ୍ତୀକ ନବରାତ୍ରୀ

ସାରା ଦେଶରେ ଆରମ୍ଭ ହୋଇଛି ବାସନ୍ତୀକ ନବରାତ୍ରୀ । ୯ ଦିନ ବ୍ୟାପୀ ନବରାତ୍ରୀ ପାଳନ ହେବ । ରାମନବମୀରେ ଏହି ପୂଜାର୍ଚ୍ଚନାର ସମାପନ ହୋଇଥାଏ । ଗୋଟିଏ ଦିନରେ ତେଲୁଗୁ ନବବର୍ଷ ଉଗାଡ଼ି ସହ ଆରମ୍ଭ ହୋଇଛି ଚୈତ୍ର ନବରାତ୍ରୀ । ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ନବରାତ୍ରୀ ପାଳନ କରାଯାଉଛି । ବିଶେଷ କରି ମାରୱାଡି ପରିବାର ଅତି ନିଷ୍ଠାର ସହ ଦେବୀ ଦୁର୍ଗାଙ୍କୁ ଆବାହନ କରି ନବରାତ୍ରୀ ବ୍ରତ ଆରମ୍ଭ କରିଛନ୍ତି । ନୂଆ ବସ୍ତ୍ର ପିନ୍ଧି ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ମାଆଙ୍କ ଆରାଧନା କରିଛନ୍ତି । ୯ ଦିନ ପର୍ଯ୍ୟନ୍ତ ଦିନରେ ଗୋଟିଏ ଥର ଖାଇ ଏହି ବ୍ରତ ପାଳନ କରାଯାଇଥାଏ । ନବମ ଦିନ ଏହି ବ୍ରତର ସମାପନ ହୋଇଥାଏ ।