ଦେଶର ପ୍ରାୟ ୭୨ଟି ସ୍ଥାନରେ ସକାଳୁ ଏନ୍ଆଇଏର ଚଢ଼ାଉ ଆରମ୍ଭ । ଏହି ଚଢ଼ାଉ ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ଦେଶର ବିଭିନ୍ନ ଗ୍ୟାଙ୍ଗଷ୍ଟର୍ମାନଙ୍କ ଠିକଣାରେ କରାଯାଇଛି । ଏବେ ସୁଦ୍ଧା ଏନ୍ଆଇଏ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିଆଣା ଏବଂ ରାଜଧାନୀ ଦିଲ୍ଲୀରେ ଏହି ଚଢ଼ାଉ କରାଯାଉଛି । ୟୁପିର ପିଲ୍ଭିଟ୍ ଏନ୍ଆଇଏ କର୍ମଚାରୀମାନେ ଜଣେ ଅସ୍ତ୍ର ଯୋଗଣାକାରୀଙ୍କ ଘରେ ଚଢ଼ାଉ କରୁଥିବା ସୂଚନା ରହିଛି । ସୂଚନା ଅନୁସାରେ ଚଢ଼ାଉ ସମୟରେ ଯୋଗାଣକାରୀର ଘରୁ ପାକିସ୍ଥାନରୁ ଆସିଥିବା ଅସ୍ତ୍ର ଜବତ ହୋଇଛି । ପୂର୍ବରୁ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଏନ୍ଆଇଏ ପଚରାଉଚରା କରି ଯେଉଁ ତଥ୍ୟ ସଂଗ୍ରହ କରିଥିବା ତାହାରି ଆଧାରରେ ଏହି ଚଢ଼ାଉ ହେଉଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ଆଜି ହେଉଥିବା ଏହି ଚଢ଼ାଉରେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇ ସାରିଲାଣି ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା