ଦେଶକୁ ୫ ଜି ପରେ ଆସୁଛି ୬ଜି ସେବା । ଏନେଇ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ୫ଜି ସେବା ଯଦିଓ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହୋଇଥିଲା ହେଲେ ଏବେଠାରୁ ୬ଜି ସେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ମୋଦି କହିଛନ୍ତି । ବୁଧବାର ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ୬ଜି ରିସର୍ଚ୍ଚ ଓ ଡେଭଲପମେଣ୍ଟ ଟେଷ୍ଟ ବେଡ୍ ଲଞ୍ଚ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ଦଶନ୍ଧି ଭାରତର ଟେକ୍ ଏଡ୍ ଅଟେ । ଏବେ ଭାରତର ଟେଲିକମ୍ ଓ ଡିଜିଟାଲ ମଡେଲ ଉନ୍ନତ ଅଛି । ୬ଜି କାର୍ଯ୍ୟକ୍ଷମ ହେଲେ ଡିଜିଟାଲ କ୍ଷେତ୍ର ଆହୁରି ସଶକ୍ତ ହେବ । ଶିଳ୍ପକ୍ଷେତ୍ର, ଶିକ୍ଷାକ୍ଷେତ୍ର, ବିଶେଷ ଲାଭପ୍ରଦ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ