ଦିନକୁ ଦିନ ବଢିବାରେ ଲାଗିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସଂଖ୍ୟା ବୃଦ୍ଧି ସାଙ୍ଗକୁ କୁକୁରଙ୍କ ଉତ୍ପାତରେ ଅତିଷ୍ଠ ଜନସାଧାରଣ । ଏଥିରେ ରୋକ ଲଗାଇବାକୁ ଯାଇ ବିଏମସି ନେବାକୁ ଯାଉଛି ବଡ ପଦକ୍ଷେପ । ଖୁବଶୀଘ୍ର ରାଜଧାନୀରେ ହେବ କୁକୁର ଗଣନା । କୁକୁର ଗଣନା କ୍ଷେତ୍ରରେ ରାଜ୍ୟରେ ଏହା ହେବ ପ୍ରଥମ । ଭୁବନେଶ୍ବରରେ ଘରୋଇ ସଂସ୍ଥା ଜରିଆରେ ପ୍ରତି ଓ୍ବାର୍ଡ ଓ ସାହିରେ କୁକୁରଙ୍କ ଗଣନା କରାଯିବାକୁ ଯୋଜନା କରିଛି ବିଏମସି । ଏହାସହ ତ୍ବରାନ୍ବିତ ହେବ ଆନିମଲ ବାର୍ଥ କଣ୍ଟ୍ରୋଲ ବା ABC କାର୍ଯ୍ୟକ୍ରମ । ମଞ୍ଚେଶ୍ବରରେ ଖୋଲିବ ଅତ୍ୟାଧୁନିକ ତଥା ବୃହତ ଷ୍ଟାରିଲାଇଜ କେନ୍ଦ୍ର । ଯେଉଁଠି ଦୈନିକ ୧୫୦ କୁକୁରଙ୍କ ଏକା ସଙ୍ଗେ ହୋଇପାରିବ ବନ୍ଧ୍ୟାକରଣ । ଏହା ହେଲେ ଦେଢ ବର୍ଷ ମଧ୍ୟରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ଲାଗିପାରିବ ବୋଲି ଲକ୍ଷ୍ୟ ରଖିଛି ବିଏମସି । ମହାରାଷ୍ଟ୍ରର ଭାଟ୍ସ ଫର ଆନିମଲ ନାମକ ଏକ ଘରୋଇ ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷର କରିଛି ବିଏମସି । ପ୍ରତି କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ କରିବା, ଟିକାକରଣ ଓ ଚିକିତ୍ସା ପାଇଁ ୧୬୫୦ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ