ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ନୂଆ ରାହା ଦେଖାଇଛି ରେଭେନ୍ସା ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଭଳି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ସୃଷ୍ଟି କରିପାରିଛି ଏହି ଲାଇବ୍ରେରୀ । ବିଭିନ୍ନ ବିଭାଗରେ ପଢୁଥିବା ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ନିୟମିତ ବ୍ରେଲୀ ଲାଇବ୍ରେରୀକୁ ପାଠ ପଢିବାକୁ ଆସୁଛନ୍ତି । ଏପରିକି କମ୍ପ୍ୟୁଟରକୁ ନିଜେ ଅପରେଟ କରୁଛନ୍ତି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ । ମାଉସକୁ ଧରି ଡେସ୍କଟପ ଉପରେ କ୍ଲିକ କଲେ ହେଡଫୋନ ଜରିଆରେ କେଉଁଟା କି ଆପ ଅଡିଓ ଜରିଆରେ ସବୁ ଜାଣିପାରୁଛନ୍ତି । ଲାଇବ୍ରେରୀକୁ ଆସିବା ପାଇଁ ସ୍ୱତନ୍ତ୍ର ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି । ରେଭେନ୍ସାର ଏହି ଅତ୍ୟାଧୁନିକ ଲାଇବ୍ରେରୀକୁ କିଛି ଦିନ ତଳେ ଆସିଥିବା ନାକ ଟିମ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି । ଏବେ ବିଶ୍ୱବିଦ୍ୟାଳୟ ପ କ୍ଷରୁ ଆହୁରି ଅତ୍ୟାଧୁନିକ ଉପକରଣ ଆଣିବାକୁ ଉଦ୍ୟମ କରାଯାଉଥିବା ଲାଇବ୍ରେରୀ ଦାୟିତ୍ୱରେ ଥିବା ପ୍ରଫେସର କହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା