ଶେଷ ନିଶ୍ୱାସ ଅପେକ୍ଷାରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ । ନା ଅସ୍ତ୍ରଶସ୍ତ୍ର ଅଛି, ନା ଆଶ୍ରୟ ମିଳୁଛି, ନା ଟଙ୍କା ଆସୁଛି, ନା କଶ୍ମୀର ଯୁବକଙ୍କ ସମର୍ଥନ ପାଉଛି । କିଛି ଏଭଳି ଅବସ୍ଥାରେ ଏବେ ପଡ଼ିରହିଛି ଏହି ଆତଙ୍କବାଦୀ ସଙ୍ଗଠନ । ମୁଖ୍ୟତଃ କଶ୍ମୀରରେ ସୁରକ୍ଷା ବାହିନୀର ଜୋରଦାର ଅପରେସନ ଓ କଶ୍ମୀରବାସୀଙ୍କ ସମର୍ଥନ ହ୍ରାସ ପାଇବା ଫଳରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ଏବେ ଏହାର ଶେଷ ନିଶ୍ୱାସ ଗଣିବା ଆରମ୍ଭ କରିଛି । ଦିନେ ଏହି ସଙ୍ଗଠନରେ ପ୍ରାୟ ୫ ହଜାର ଆତଙ୍କବାଦୀ ଥିବାବେଳେ ଏବେ କେବଳ ୫ ଜଣ ଆତଙ୍କବାଦୀ ରହିଛନ୍ତି । ଏହା ବ୍ୟତୀତ ହିଜବୁଲର ଆର୍ଥିକ ନେଟୱାର୍କ ପ୍ରାୟ ନଷ୍ଟ ହୋଇଯାଇଛି । ଏଥି ସହିତ ପାକିସ୍ତାନ ଅନେକ ନୂତନ ଆତଙ୍କବାଦୀ ସଙ୍ଗଠନ ଗଠନ କରି ହିଜବୁଲକୁ ପଛକୁ ଠେଲି ଦେଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ