October 15, 2025

ଦୁର୍ବଳ ହେଉଛି ଆର୍ଥିକ ସ୍ଥିତି

ଦେବାଳିଆ ହେଉଛି ପାକିସ୍ତାନ । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଗତ ୮ ବର୍ଷ ମଧ୍ୟରେ ସବୁଠାରୁ ତଳସ୍ତରରେ ପହଞ୍ଚିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ୫ ଅରବ ଡଲାର ହୋଇଯାଇଛି । ଗତ ଆଠବର୍ଷରେ ଏହା ସବୁଠାରୁ କମ ସ୍ତରରେ ପହଞ୍ଚିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦେଶର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବାକୁ ପ୍ରୟାସ କରୁଥିଲେ ବି ମୁଦ୍ରା ଭଣ୍ଡାରର ସ୍ଥିତି ଦୁର୍ବଳ ହେଉଛି ।  ନିକଟରେ ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ ୨୪୫ ଅରବ ଡଲାର ବିଦେଶୀ ଋଣ ସୁଝିଥିବା ବେଳେ ବିଦେଶୀ ପାଣ୍ଠି ହ୍ରାସ ପାଇଛି। ଦେଶରେ ପିଏମଏଲଏନ ନେତୃତ୍ୱାଧୀନ ମିଳିତ ସରକାର ସାମ୍ନାରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଆର୍ଥିକ ସ୍ଥିତିକୁ ସୁଦୃଢ କରିବା। ବିଦେଶୀ ଋଣକୁ ପରିଶୋଧ କରିବା। ଚୀନ, ସାଉଦି ଆରବ, ୟୁଏଇ, ବିଶ୍ୱବ୍ୟାଙ୍କ, ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠୀରୁ ଋଣ ନେଇଛି ପାକିସ୍ତାନ।

SHARE BY