ବାହାନଗା ଟ୍ରେନ୍ ଦୁର୍ଘଟଣା କେମିତି ହେଲା ? ଅନେକ ପ୍ରଶ୍ନ ଉଠୁଥିବା ବେଳେ ବାହାନଗା ରେଳ ଦୁର୍ଘଟଣା ନେଇ ଜଣାପଡିଛି ମୂଳ କାରଣ । ଇଂଣ୍ଟରଲକିଂ ସିଷ୍ଟମରେ ସମସ୍ୟା ପାଇଁ ଘଟିଛି ଦୁର୍ଘଟଣା । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ବି ଚିହ୍ନଟ ହୋଇଛନ୍ତି । ବଡ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେପଟେ ରେଳର ସୁରକ୍ଷା କବଚ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ସହ ‘କବଚର’ କୌଣସି ସମ୍ପର୍କ ନାହିଁ । ଗତକାଲି ମମତା ବାନାର୍ଜୀ କବଚକୁ ନେଇ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ସମ୍ପୁର୍ଣ୍ଣ ଭିତ୍ତିହୀନ । ତାଙ୍କୁ ଏହି ବିଷୟରେ ଯେତିକି ଜଣା ଅଛି ସେ ସେତିକି ହିଁ କହିଛନ୍ତି । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଏହି ଦୁର୍ଘଟଣା ହୋଇଛି । ଅଧିକ ତଦନ୍ତ ଚାଲିଛି । ଏହା ପଛରେ ଆଉ ଯାହା ବି କାରଣ ଅଛି ତାହା ଆଗକୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା