The Topmost

“The eyes believe themselves, the ears believe other people.”

ଦୁର୍ଘଟଣାରେ ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ  

ଉତ୍ତରପ୍ରଦେଶ ବରେଲି-ନୈନିତାଲ ହାଇୱେରେ ବଡ଼ ଦୁର୍ଘଟଣା । ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର, ଫଳରେ ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ । ଶନିବାର ବିଳମ୍ବିତ ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାର ଚକା ଫାଟିଯିବା କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାର ଅପରପାଶ୍ୱର୍କୁ ମାଡିଯିବା ସହ ସମ୍ମୁଖରୁ ଆସୁଥିବା ଡମ୍ପରକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଉଭୟ ଗାଡିରେ ନିଆଁ ଲାଗିଯାଇଥିବା ବେଳେ କାରରେ ଥିବା ସମସ୍ତ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଥିବା ଜଣାପଡିଛି । ବରେଲି ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ କରୁଛି ।