ରାଜ୍ୟ କ୍ୟାବିନେଟ ବୈଠକର ୧୫ ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ ହେବ । ଏଭଳି ଏକ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏହି ଯୋଜନାରେ ୩୬୧ କିଲୋମିଟର ରାସ୍ତା ହେବ । ଏଥିପାଇଁ ୯୭୬ କୋଟିର ବ୍ୟୟବରାଦ କରାଯାଇଛି । ଅପହଞ୍ଚ ,ଦୁର୍ଗମ ଅଞ୍ଚଳ ଓ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀ କରଣ ପାଇଁ ଏହି ଯୋଜନା ଆରମ୍ଭ ହୋଇଛି । ସେହିଭଳି ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ଗଞ୍ଜାମ ଶୀତଳାପଲ୍ଲୀରେ ହେବ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ । ହସ୍ପିଟାଲ ନିର୍ମାଣ ପାଇଁ ଟାଟାକୁ ୪୨ ଏକର ଜମି ଦିଆଯିବ । ରାୟଗଡା ମଝିଘରିଣିଆ ମନ୍ଦିରର ବିକାଶ ପାଇଁ ମାଗଣାରେ ୬ ଏକର ଜମି ଦିଆଯିବ । ସେହିଭଳି ସଉରା ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏଥିପାଇଁ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବ । ଏହି ଭାଷା ସମ୍ବିଧାନର ଅନ୍ତର୍ଭୁକ୍ତ ହେଲେ ସଉରା ଭାଷା ଓ ସଂସ୍କୃତିର ବିକାଶ ହେବ । ଏହାର ସଂରକ୍ଷଣ ଓ ପ୍ରଚାରପ୍ରସାର ହୋଇପାରିବ । ଏଭଳି ନିଷ୍ପତିରେ ୫ ଲକ୍ଷ ସଉରାଭାଷାଭାଷୀ ଉପକୃତ ହେବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା