ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁର ଭଳି ଆନ୍ତର୍ଜାତିକ ସହରକୁ ଭୁବନେଶ୍ୱରରୁ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ଇଣ୍ଡିଗୋ ଏୟାରଲାଇନ୍ସକୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ । ଆନ୍ତର୍ଜାତିକ ସହରକୁ ଭୁବନେଶ୍ୱରରୁ ସିଧାସଳଖ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଡାକିଥିବା ଟେଣ୍ଡରରେ ଇଣ୍ଡିଗୋ ଏୟାରଲାଇନ୍ସ ଭାଗ ନେଇ ଆଗ୍ରହ ପ୍ରକାଶ କରିଥିଲା । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ