The Topmost

“The eyes believe themselves, the ears believe other people.”

ଦୁବାଇରୁ ଫେରିଲେ ଓଡ଼ିଆ ପ୍ରତିନିଧିମଣ୍ଡଳୀ

ଦୁବାଇରେ ଓଡ଼ିଶା ଦିବସ ପାଳନ କରି ଫେରିଲେ ଓଡ଼ିଆ ପ୍ରତିନିଧିମଣ୍ଡଳୀ । ସିଧାସଳଖ ଦୁବାଇ ଯାଇ ଫେରିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ଦିବସ ପାଳନର ଖୁସିକୁ ଗଣମାଧ୍ୟମ ଆଗରେ ବ୍ୟକ୍ତ କରିଛନ୍ତି । ଦୁବାଇରେ ଭୁବନେଶ୍ବରର ନାଁ ଲେଖାହେବା ସମସ୍ତଙ୍କୁ ଗୌରବାନ୍ବିତ କରିଛି । ଓଡ଼ିଶା ଉତ୍ସବ ସମସ୍ତଙ୍କୁ ଖୁସି ଅନୁଭବ ଦେଇଛି । ଘଣ୍ଟାଘଣ୍ଟା ଅପେକ୍ଷା କରିବା ବଦଳରେ ୪ ଘଣ୍ଟାରେ ଦୁବାଇକୁ ଯିବାର ସ୍ବପ୍ନ ସତ ହୋଇଛି । ଏହା ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଉଦ୍ୟମ କରାଯାଉଛି । ନିବେଶକଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି । ଓଡ଼ିଶା ଦିବସ ଉତ୍ସବରେ ପାଖାପାଖି ୧୩ ଶହରୁ ଅଧିକ ଲୋକ ଯୋଗଦେଇଥିଲେ । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେପଟେ ତିନି ଦିନିଆ ଯାତ୍ରା ସାରି ଦୁବାଇରୁ ଫେରି ନିଜର ଅନୁଭୂତି ବଖାଣିଛନ୍ତି ମିଶନ ଶକ୍ତି ସଦସ୍ୟା ।

SHARE BY