The Topmost

“The eyes believe themselves, the ears believe other people.”

ଦୁଇ ରାଜ୍ୟର NIAର ରେଡ୍

ISIS ଲିଙ୍କ ଘଟଣା । ଦୁଇ ରାଜ୍ୟରେ NIAର ଏକକାଳୀନ ଚଢ଼ାଉ । ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ବର୍ତ୍ତମାନ ସୁଦ୍ଧା ଆଜି ୧୩ ଜଣ ଗିରଫ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ର ପୁଣେରୁ ୧୩ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ରାଜ୍ୟର ୪୪ଟି ସ୍ଥାନରେ ଏନଆଇଏ ରେଡ୍ କରୁଛି । ସ୍ଥାନୀୟ ପୋଲିସ ସହାୟତାରେ ଚାଲିଛି ରେଡ୍ । କର୍ଣ୍ଣାଟକର ଗୋଟିଏ ସ୍ଥାନ, ପୁଣେର ଦୁଇଟି ଓ ଠାଣେ ଗ୍ରାମାଂଚଳର ୩୧ଟି ସ୍ଥାନରେ ରେଡ୍ ଚାଲିଛି । ଠାଣେ ସହରରେ ୯ଟି ସ୍ଥାନ ସହ ଭୟାନ୍ଦରରେ ଗୋଟିଏ ସ୍ଥାନରେ ଚଢ଼ାଉ । ଆଣ୍ଟି ଟେରର ସଂସ୍ଥାର ଅଧିକାରୀଙ୍କ ସହ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ଏଥିରେ ହୋଇଛନ୍ତି ସାମିଲ ।