ଆଜିଠୁ ବାବା ଧବଳେଶ୍ବରଙ୍କ ଦର୍ଶନ । ଆଠଗଡ଼ସ୍ଥିତ ଧବଳେଶ୍ବର ପୀଠକୁ ଯାଇ ଦର୍ଶନ କରିପାରିବେ ଭକ୍ତ । ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଉପ-ଜିଲ୍ଲାପାଳ । ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିର ଯାଇପାରିବେ ଭକ୍ତ । ଝୁଲାପୋଲ ଅସୁରକ୍ଷିତ ଥିବାରୁ ନଭେମ୍ବର ୧ ତାରିଖଠାରୁ ଧବଳେଶ୍ବରଙ୍କ ପୀଠରେ ଲାଗିଥିଲା ୧୪୪ ଧାରା । ମନ୍ଦିର ଆସିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଥିଲା । ଏଲଇଡି ସ୍କ୍ରିନରେ ଦର୍ଶନ କରିପାରୁଥିଲେ ଭକ୍ତ । ଧବଳେଶ୍ବର ମନ୍ଦିର ଖୋଲିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ଦାବି କରିଆସୁଥିଲେ ।
More Stories
ରକ୍ଷା ବନ୍ଧନ କଲେ କଣ ମିଳେ ସୁଫଳ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA