The Topmost

“The eyes believe themselves, the ears believe other people.”

ଦୁଇଫାଳ ରାଷ୍ଟ୍ରବାଦୀ କଂଗ୍ରେସ 

ମହାରାଷ୍ଟ୍ରରେ ଦୁଇଫାଳ ରାଷ୍ଟ୍ରବାଦୀ କଂଗ୍ରେସ ବା ଏନସିପି । ଗୋଟିଏ ଶରଦ ପାଓ୍ବାର ଗୋଷ୍ଠୀ ଆଉ ଗୋଟିଏ ଅଜିତ ପାଓ୍ବାର ଗୋଷ୍ଠୀ । କାହା ପାଖରେ ରହିବ ଦଳର ଚିହ୍ନ ଘଣ୍ଟା । ଏନେଇ ଲାଗି ରହିଛି ଛକାପଞ୍ଝା । ଅଜିତ ପାଓ୍ବାର ଗୋଷ୍ଠୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ କରୁଛି ଶରଦ ପାଓ୍ବାରଙ୍କ ଗୋଷ୍ଠୀ । ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି  ଶରଦ ପାଓ୍ବାର । ଏଥିପାଇଁ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି । ଶରଦଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ରବିବାର ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ଏନସିପି ବିଧାୟକ ଶରଦଙ୍କ ଗୋଷ୍ଠୀକୁ ୟୁ ଟର୍ଣ୍ଣ କରିଛନ୍ତି । ସେପଟେ ଜୟନ୍ତ ପାଟିଲଙ୍କ ସ୍ଥାନରେ ସୁନିଲ ତଟକରେଙ୍କୁ ପ୍ରଦେଶ ଅଧ୍ୟକ୍ଷ ଘୋଷଣା କରିଛି ଅଜିତ ପାଓ୍ବାରଙ୍କ ଗୋଷ୍ଠୀ । ଏଥିସହ ବିଧାନସଭାରେ ଏନସିପିର ନେତୃତ୍ୱ ଅଜିତ ପାଓ୍ୱାର ନେବେ ବୋଲି ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି । ଅଜିତଙ୍କ ଉପରେ ଦଳର ସବୁ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ନୂଆ ମେଣ୍ଟର ନାମ ମହାଜ୍ୟୁତି ବୋଲି ଘୋଷଣା କରିଛନ୍ତି ଅଜିତ ପାଓ୍ୱାର । ଅଜିତ ପାଓ୍ବାର କହିଛନ୍ତି ଆଇନ ନିଷ୍ପତ୍ତି ନେବ ଏନସିପି କାହାର । ନିର୍ବାଚନ କମିଶନ ଏନେଇ ନିଷ୍ପତ୍ତି ନେବେ ।