ଆଜିଠୁ ଜେଇଇ ମେନ୍ ପାଇଁ ଆବେଦନ । ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି । ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ ପରୀକ୍ଷା । ଦେଶରେ ଥିବା ଆଇଆଇଟି, ଏନଆଇଟି ସମେତ ଇଞ୍ଜିନିଅରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଏଥର ଦୁଇଟି ସେସନ୍ରେ ଜେଇଇ ମେନ ଅନୁଷ୍ଠିତ ହେବ । ଜାନୁଆରୀ ୨୪,୨୫,୨୭,୨୮,୨୯,୩୦, ୩୧ରେ ପ୍ରଥମ ସେସନ୍ ପରୀକ୍ଷା ହେବାକୁ ଥିବାବେଳେ ଏପ୍ରିଲ ୬,୮,୧୦,୧୧,୧୨ରେ ଦ୍ବିତୀୟ ସେସନ୍ ପରୀକ୍ଷା ହେବ । ଜାନୁଆରୀ ୧୨ ରାତି ୯ଟା ଯାଏଁ ଫର୍ମ ପୂରଣ ଜାରି ରହିବ । ଏଥର ବି କେବଳ ଅନଲାଇନରେ ଆବେଦନ କରିବା ସହ ୧୧ ଟା ୫୦ ମଧ୍ୟରେ ଫି ଦାଖଲ କରିପାରିବେ । ଗତବର୍ଷ ପରି ଏଥର ମଧ୍ୟ ଓଡିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍