ଦୁଇଟି ଡବଲ ଡେକର ବସ୍ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଉତ୍ତରପ୍ରଦେଶ ବାରାବଙ୍କୀରୁ ବାହାରି ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଯାଉଥିବାବଳେ ବାଟରେ ଏହି ଦୁର୍ଘଟଣା ଘଟିଛି । ହେବାରୁ ଲୋନିକଟରା ଥାନା ଇଲାକାର ନରେନ୍ଦ୍ରପୁର ମଦରହା ଗାଁଓ ନିକଟରେ ଏକ ଡବଲ ଡେକର ବସ୍ ଛିଡା ହୋଇଥିବାବେଳେ ବବିପରୀତ ଦିଗରୁ ଆଉ ଏକ ଡବଲ ଡେକର ବସ୍ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ଜଣ ଯାତ୍ରୀଙ୍କର ହୋଇଛି । ଆହତ ମାନଙ୍କୁ ହୈଦରଗଡ ସିଏଚସିରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ