The Topmost

“The eyes believe themselves, the ears believe other people.”

ଦୀର୍ଘ ୭ ମାସର ଅନ୍ତଃମହାଦେଶୀୟ ଅଭିଯାନ ଶେଷ

ଭାରତୀୟ ନୌସେନାରେ ପୁନଃସାମିଲ ହେବ ଆଇଏନଏସଭି ତାରିଣୀ । ଦୀର୍ଘ ୭ ମାସର ଅନ୍ତଃମହାଦେଶୀୟ ଅଭିଯାନ ପରେ ଆଜି ଭାରତୀୟ ନୌସେନାରେ ପୁନଃସାମିଲ ହେବ ତାରିଣୀ । ଏହି ଦୀର୍ଘ ଅଭିଯାନରେ ଆଇଏନଏସଭି ତାରିଣୀ ୧୭ ହଜାର ନଟିକାଲ ମାଇଲ ବା ୩୧ ହଜାର ୪୮୪ କିଲୋମିଟର ପଥ ଅତିକ୍ରମ କରିଥିଲା । ଗୋଆସ୍ଥିତ ଇଣ୍ଡିଆ ନାଭାଲ ଓ୍ବାଟରମ୍ୟାନସିପ୍ ଟ୍ରେନିଂ ସେଣ୍ଟରରେ ଏଥିଲାଗି ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଗତବର୍ଷ ସେପ୍ଟେମ୍ବର ୧୦ରେ ବାହାରିଥିବା ଏହି ଅଭିଯାନରେ ସାମିଲ ହୋଇଥିଲେ ମହିଳା ଲେଫ୍ଟନାଣ୍ଟ କମାଣ୍ଡର ଦିଲନା କେ. ଓ ରୁପା ଏ. ପ୍ରମୁଖ । ଏହି ଜାହାଜ ସାଉଥ ଆଫ୍ରିକାର କେପଟାଉନ ଦେଇ ବ୍ରାଜିଲର ରିଓ ଡି ଜେନେରୋ ଯାଏ ଯାଇଥିଲା । ଅନ୍ତଃମହାଦେଶୀୟ ସମୁଦ୍ରରେ ଏହି ଦୀର୍ଘ ଯାତ୍ରା ନାରୀଶକ୍ତିର ଏକ ବଳିଷ୍ଠ ଉଦାହରଣ ବୋଲି କୁହାଯାଇଛି । ଆଇଏନଏସଭିକୁ ଗ୍ରହଣ କରିବା ଲାଗି ଆୟୋଜିତ ଉତ୍ସବରେ ଉପସ୍ଥିତ ରହିବେ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର ।