ଦୀର୍ଘ ୬୦ ଘଣ୍ଟା ପରେ ସରିଲା ଚଢାଉ । ବିବିସି ଅଫିସରୁ ବାହାରିଲା ବାହାରିଲା ଆୟକର ବିଭାଗ ଟିମ୍ । ବାହାରିବା ବେଳେ ହାତରେ ଥିଲା କିଛି ଡକ୍ୟୁମେଣ୍ଟ ଓ କାଗଜପତ୍ର । ଇଡି ପକ୍ଷରୁ ମଙ୍ଗଳବାରଠାରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ଏହା ସମାପ୍ତ ହୋଇଛି । ଚଢ଼ାଉ ସମୟରେ ବିବିସିର ୧୦ରୁ ଅଧିକ କର୍ମଚାରୀ, ସିନିୟର ଏଡିଟରଙ୍କୁ ଗୁଡ଼ାଇତୁଡ଼ାଇ ଆୟକର ଅଧିକାରୀ ପ୍ରଶ୍ନ ପଚାରିଥିବା ଜଣାଯାଇଛି । ଏଥିସହ ଏକାଧିକ କମ୍ପୁଟର, ଲାପଟପ୍ ସହ ଇଲୋକଟ୍ରନିକସ ଡିଭାଇସକୁ ବି ଯାଞ୍ଚ କରିଛି ଆଇଟି ଟିମ୍ । ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ଆୟକର ବିଭାଗ ଟିମ୍ ବିବିସିର ମୁମ୍ବାଇ ଓ ଦିଲ୍ଲୀସ୍ଥିତ ଅଫିସରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଚଢାଉ କରିଥିଲା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍