ଆଜି ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ, ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପବିତ୍ର ପର୍ବ । ଆଜିର ଦିନରେ ମହାପ୍ରଭୁ ଗଜାନନ ଧରାକୁ ଆସିଥିବାରୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରଭୁଙ୍କ ସ୍ବାଗତକୁ ନେଇ ଗଗନ ପବନ ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳିଛି ।

ବିଶେଷ କରି ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ସେହିପରି ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାର ବିଶଷ ମହତ୍ବ ରହିଛି । ଯାହାକୁ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଗଣେଶ ଚୁତୁର୍ଥୀ ବେଶ ଆଡ଼ମ୍ବର ସହ ପାଳନ କରାଯାଉଛି । ସବୁଠାରୁ ବଡ କଥା ହେଉଛି ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ହଟିଥିବାରୁ ଚଳିତ ଥର ଶ୍ରୀଗଣେଶଙ୍କ ପୂଜା ଆରାଧନା ବେଶ ଜାକଜମକରେ ଅନୁଷ୍ଠିତ ହେଉଛି ।

More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା