ହିନ୍ଦୁ ମାନଙ୍କ ଘରେ ଠାକୁର ପୂଜା ହେଉ କିମ୍ବା କୌଣସି ପର୍ବ ସବୁଠାରେ ଦୀପର ମହତ୍ତ୍ୱ ବେଶ ଅଧିକ। ସବୁ କାର୍ଯ୍ୟରେ ଦୀପ ଦାନ କରାଯାଇଥାଏ। ତେବେ ଏହି ଦୀପର ଅନେକ ମହତ୍ତ୍ୱ ରହିଥିବା ବେଳେ ଏହାକୁ ଜାଳିବାର କିଛି ନିୟମ ମଧ୍ୟ ରହିଛି।
୧. ଅଗ୍ନି ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ଘରେ ଏକ ବର୍ଷ ଦୀପ ଦାନ କରିଥାଏ ତେବେ ତାଙ୍କୁ ଜୀବନରେ ସବୁକିଛି ପ୍ରାପ୍ତ ହୋଇଥାଏ। ତାର ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି।
୨. ଦୀପଦାନ କରିବା ଦ୍ୱାରା ସିଧା ସଳଖ ଭଗବାନଙ୍କର ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ କୌଣସି ବି ଶୁଭ କାମ କରିବା ଆଗରୁ ଦୀପଦାନ କରିବାର ପରମ୍ପରା ହିନ୍ଦୁ ମାନଙ୍କର ରହିଥାଏ।
୩. ସେହିଭଳି ପୂର୍ଣ୍ଣିମାରେ ମନ୍ଦିରରେ ଦୀପଦାନ କରିବା ଦ୍ୱାରା ଭକ୍ତଙ୍କୁ ଭଗବାନଙ୍କର ଆର୍ଶିବାଦ ପ୍ରାପ୍ତ ହୋଇଥାଏ। ଏହାସହ ଏହି ଦିନ ପବିତ୍ର ନଦୀରେ ମଧ୍ୟ ଦୀପଦାନ କରିବାର ପ୍ରଥା ରହିଛି।
୪. ସେହିଭଳି ଯଦି ଆପଣ ପ୍ରତ୍ୟେକ ଦିନ ନିଜ ଘରେ ସକାଳ ଓ ସନ୍ଧ୍ୟାରେ ଦୀପ ପ୍ରଜ୍ୱଳିତ କରନ୍ତି ତେବେ ଦୀପର କିରଣରେ ଘରର ସମସ୍ତ ପାପ ଓ ନକରାତ୍ମକ ଶକ୍ତି କ୍ଷୟ ହୋଇଯିବ ବୋଲି ବିଶ୍ୱାସ ରହିଛି।
୫. ଏହାସହ ଶୁଦ୍ଧ ଦେଶୀ ଘିଅରୁ ଯଦି ଦୀପ ଜଳାଯାଏ ତେବେ ଘରେ ଥିବା ସମସ୍ତ ରୋଗଜୀବାଣୁ ନଷ୍ଟ ହେବା ସହ ଘରର ବାୟୁ ଶୁଦ୍ଧ ହୋଇଥାଏ।
୬ ଦୀପ ପ୍ରଜଳ୍ୱିତ କରିବା ଦ୍ୱାରା ସର୍ବଦା ଜୀବନରେ ଆଗକୁ ଯିବାକୁ ପ୍ରେରଣା ମିଳିଥାଏ। ମନରେ ସକରାତ୍ମକ ଭାବନା ବୃଦ୍ଧି ପାଇଥାଏ। ଜୀବନର ଅନ୍ଧକାର ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।


More Stories
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ
କାର୍ତ୍ତିକ ବ୍ରତର ନିୟମ ବିଧି ଅନୁସାରେ କାହିଁକି ପାଳନ କରାଯାଏ
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ