ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଉତ୍ସାହର ମାହୋଲ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଗାଁରୁ ସହର । ଏପଟେ ପୟାଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ପବିତ୍ର ଦୀପାବଳିର ଶୁଭେଚ୍ଛା । କହିଲେ- ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ । ସନ୍ଧ୍ୟାକୁ ଅପେକ୍ଷା । ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଦୀପ ଓ କ୍ୟାଣ୍ଡଲେ ଘରକୁ ସଜାଇବେ ଲୋକେ । ପିଠାପଣା ସାଙ୍ଗକୁ ବାଣ ଫୁଟାଇ ଦୀପାବଳି ଉତ୍ସବକୁ ପାଳନ କରିବେ ସଭିଏଁ । ସେପଟେ ଆଜି ପୟା ଶ୍ରାଦ୍ଧ ଥିବାରୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ବିଦାୟ ଦେବେ ଶ୍ରଦ୍ଧାଳୁ । କାଉଁରିଆ କାଠିରେ ନିଆଁ ଲଗାଇ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍